ଭିତ୍ତିଭୂମି

ଅନୁଷ୍ଠାନର ଅଟ୍ଟାଳିକା

ଏହି ଅନୁଷ୍ଠାନଟି ୯ ଏକର ପରିମିତ ଅଞ୍ଚଳରେ ପରିବେଷ୍ଟିତ ଯାହାକି ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାର ରେଳ ଷ୍ଟେସନ ଠାରୁ ୭ କିଲୋମିଟର ଦୂରରେ ଶ୍ୟାମାଖୁଣ୍ଟା ବ୍ଲକର ଟିକରପଡା ଅଞ୍ଚଳରେ ଏକ ସୁନ୍ଦର ପରିବେଶ ମଧ୍ୟରେ ରହିଛି |

ଏହାର ଭିତ୍ତିଭୂମି ମୂଳତଃ ଶ୍ରେଣୀଗୃହ, ଲାଇବ୍ରେରୀ, ସୁସଜ୍ଜିତ ଲାବୋରେଟୋରୀ, ଛାତ୍ରାବାସ (ବାଳକ ଏବଂ ବାଳିକା) ଏବଂ କ୍ୟାଣ୍ଟିନ ସୁବିଧା ସହିତ ଡ୍ରଇଂ ହଲ୍ କୁ ନେଇ ଗଠିତ |

ପ୍ରଶାସନିକ ଅଟ୍ଟାଳିକା

ଏହି ଅଟ୍ଟାଳିକାଟି ୯୫୭୭.୫୧ବର୍ଗଫୁଟ କ୍ଷେତ୍ରଫଳ ବିଶିଷ୍ଟା ଯେଉଁଥିରେ ଅଧ୍ୟକ୍ଷଙ୍କ କୋଠରୀ, ଆକାଉଣ୍ଟସ୍ ବିଭାଗ, ଆଡମିଶନ ବିଭାଗ ଏବଂ ବୃତ୍ତି ବିଭାଗ ଅନ୍ତର୍ଭୁକ୍ତ |

ଏକାଡେମିକ୍ ଅଟ୍ଟାଳିକା

ଏହି ଅଟ୍ଟାଳିକାଟି ୧୦୮୩୭୯.୯ ବର୍ଗଫୁଟ୍‌ ବିଶିଷ୍ଟ ଯେଉଁଥିରେ ୧୫ ଟି ସୁସଂଯୋଜିତ ଶ୍ରେଣୀଗୃହ, ସିଭିଲ୍ ଇଞ୍ଜିନିୟରିଂ, ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ଏବଂ ଗଣିତ ଓ ବିଜ୍ଞାନ, ଆଦି ବିଭିନ୍ନ ବିଭାଗ ଲାଗି ନିଜସ୍ୱ ଲାବୋରେଟୋରୀ ତଥା ଚିତ୍ରାଙ୍କନ ହଲ୍ ଓ ବିଭିନ୍ନ ବିଭାଗ ପାଇଁ ବିଭିନ୍ନ ଲେଖକଙ୍କ ପାଖାପାଖି ୪୫୦୦ ପୁସ୍ତକ ବିଶିଷ୍ଟ ଏକ ସୁ-ପ୍ରତିଷ୍ଠିତ ପାଠାଗାର ଓ ତତ୍‌ସଂଲଗ୍ନ ଏକ ଅଧ୍ୟୟନ କକ୍ଷ ମଧ୍ୟ ରହିଛି | ବାଳକ ଏବଂ ବାଳିକାଙ୍କ ପାଇଁ ସାଧାରଣ କୋଠରୀ ତଥା ପରୀକ୍ଷା ବିଭାଗ ଇତ୍ୟାଦି ମଧ୍ୟ ଏଥିରେ ରହିଛି |

କର୍ମଶାଳା ଅଟ୍ଟାଳିକା

ମେକାନିକାଲ୍ ଇଞ୍ଜିନିୟରିଂ ସହିତ ଜଡିତ ସମସ୍ତ ଲାବୋରେଟୋରୀକୁ ନେଇ ଏହି ଅଟ୍ଟାଳିକାଟି ୪୬୨୭୦.୧୭ ବର୍ଗଫୁଟ ଅଞ୍ଚଳ ବିଶିଷ୍ଟ |

କ୍ୟାଣ୍ଟିନ

ଅନୁଷ୍ଠାନର ସମସ୍ତ ଛାତ୍ର-ଛାତୀ ଏବଂ କର୍ମଚାରୀଙ୍କ ପାଇଁ ୪୬୮୩.୩୭୭ ବର୍ଗଫୁଟ ଅଞ୍ଚଳରେ ଏକ କ୍ୟାଣ୍ଟିନ କାର୍ଯ୍ୟକ୍ଷମ ଅଛି | ବାହ୍ୟ ନିଯୋଜନ ରହିତ ସମସ୍ତ ଛାତ୍ର-ଛାତ୍ରୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ନିମନ୍ତେ ଏହି କ୍ୟାଣ୍ଟିନରେ ଅନୁଷ୍ଠାନ ତାର ନିଜ କର୍ମଚାରୀଙ୍କୁ ନିୟୋଜିତ କରିଥାଏ ଯେଉଁମାନେ ଖାଦ୍ୟର ମେନୁ ଏବଂ ମୂଲ୍ୟ ଉପରେ ନିଷ୍ପତ୍ତି ନେଇଥାଆନ୍ତି |

ଛାତ୍ରାବାସ

ଜୀବନର ଗୁଣାତ୍ମକ ମାନ ହିଁ ହେଉଛି ଏପରି ଏକ ଗୁରୁତ୍ୱପୂର୍ଣ୍ଣ ମାନକ ଯାହାକି ଛାତ୍ର-ଛାତ୍ରୀଙ୍କୁ ଛାତ୍ରାବାସ ରେ ବାସ କରିବା ନିମିତ୍ତ ପ୍ରବର୍ତ୍ତାଇଥାଏ | ଗୁଣାତ୍ମକ ମାନ ଦୃଷ୍ଟିରୁ ଏହା କେବଳ ଏକ ବାସଗୃହ ନୁହେଁ ବରଂ ସମଗ୍ର ଅନୁଷ୍ଠାନର ପରିବେଶର ପରିଚୟ |

ଆମ ଅନୁଷ୍ଠାନରେ ୧୨୦୦ ଶଯ୍ୟା ବିଶିଷ୍ଟ, ୧୯୬୭୬.୯୭ ବର୍ଗଫୁଟ କ୍ଷେତ୍ରଫଳ ର ଛାତ୍ରାବାସ ଏବଂ ୧୮୬୦୫.୪୨ ବର୍ଗଫୁଟ ବିଶିଷ୍ଟ ଛାତ୍ରୀବାସ ରହିଛି ଯାହାର କ୍ଷମତା ୧୦୦ ଶଯ୍ୟା ଅଟେ |ଏଥିରେ ଡାଇନିଂ ହଲ୍, ମନୋରଞ୍ଜନ କକ୍ଷ ଇତ୍ୟାଦି ସୁବିଧା ମଧ୍ୟ ଉପଲବ୍ଧ ଅଛି |

କର୍ମଚାରୀଙ୍କ ବାସଗୃହ

୧୭୪୧୦.୪୧ ବର୍ଗଫୁଟର କ୍ଷେତ୍ରରେ ଅନୁଷ୍ଠାନର ବିଭିନ୍ନ ପ୍ରକାରର କର୍ମଚାରୀ- ଯେପରି ଶିକ୍ଷକ,ଅଣ-ଶିକ୍ଷକ ତଥା ପ୍ରଶାସନିକ ଆଦି କର୍ମଚାରୀଙ୍କ ପାଇଁ ବାସଗୃହ ରହିଛି