ଆମ ଅନୁଷ୍ଠାନରେ କାହିଁକି ପଢିବେ

ସମାଜର ବିକାଶ ପାଇଁ ଆତ୍ମନିର୍ଭରଶୀଳ, ବହୁମୁଖୀ, ଅଭିନବ, ଗୁଣାତ୍ମକ ତଥା ସଚେତନ ଇଞ୍ଜିନିୟର ଗଠନ ହେଉଛି ସରକାରୀ ବହୁବୃତ୍ତି ଅନୁଷ୍ଠାନ, ମୟୂରଭଂଜ ପ୍ରତିଷ୍ଠାର ମୂଳ ଉଦ୍ଦେଶ୍ୟ |

ବୈଷୟିକ ଶିକ୍ଷା ଗ୍ରହଣ କରି ବୃତ୍ତି ପାଇବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଜୁଲାଇ ୨୦୧୫ ରୁ କାର୍ଯ୍ୟକାରୀ ହୋଇପାରିଥିବା ସରକାରୀ ବହୁବୃତ୍ତି ଅନୁଷ୍ଠାନ, ମୟୂରଭଂଜ ହେଉଛି ପ୍ରଥମ ପସନ୍ଦ |

ଏହା ବାରିପଦା ସହରର ପରିସୀମା ବାହାରେ ଏକ ଉତ୍କୃଷ୍ଟ ଭିତ୍ତିଭୂମି ଏବଂ ସର୍ବୋତ୍ତମ ଶିକ୍ଷଣୀୟ ପରିବେଶରେ ପ୍ରତିଷ୍ଠିତ | ସରକାରୀ ବହୁବୃତ୍ତି ଅନୁଷ୍ଠାନ ମୟୂରଭଞ୍ଜର ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ନିମିତ୍ତ ଖ୍ୟାତିସମ୍ପନ୍ନ ବିଶ୍ୱବିଦ୍ୟାଳୟ ତଥା ସାର୍ବଜନୀନ କ୍ଷେତ୍ର ଶିଳ୍ପ ଓ ବହୁ-ଦେଶୀୟ କମ୍ପାନୀ ମାନଙ୍କର ପ୍ରଥମ ପସନ୍ଦ ଅଟନ୍ତି  | ନିଜର ଅଧ୍ୟୟନଗତ ଶିକ୍ଷା ବ୍ୟତୀତ, ବିଭିନ୍ନ କୌଶଳଗତ ଦକ୍ଷତା ତଥା ଏକ ବିକଶିତ ବ୍ୟକ୍ତିତ୍ୱ, ଏହି ଅନୁଷ୍ଠାନର ଛାତ୍ର-ଛାତ୍ରୀ ମାନଙ୍କୁ ଅନ୍ୟମାନଙ୍କ ମଧ୍ୟରେ ଅଗ୍ରଣୀ କରିଥାଏ | ବାରିପଦା ସହରର ପରିସୀମା ବାହାରେ ଏକ ଆଦର୍ଶ ପ୍ରରିବେଶ ମଧ୍ୟରେ ଅବସ୍ଥିତ ଏହି ଅନୁଷ୍ଠାନଟି ନିଜର ଛାତ୍ର-ଛାତ୍ରୀ ମାନଙ୍କୁ ଏକ ପ୍ରତିଯୋଗିତା ଉନ୍ମୁଖୀ ତଥା ନିଜ ଦକ୍ଷତାର ଶ୍ରେଷ୍ଠତା ପ୍ରଦର୍ଶନ କରିବାକୁ ପ୍ରୋତ୍ସାହିତ କରିଥାଏ | ଉଭୟ ଜାତୀୟ ତଥା ଆନ୍ତର୍ଜାତୀୟ ମାନକ ସହିତ ମେଳ ଖାଇବା ପାଇଁ ପ୍ରତିଯୋଗିତା ଉନ୍ମୁଖୀ ବୈଷୟିକ କୁଶଳୀ ଇଞ୍ଜିନିୟର ଗଢିବା ହେଉଛି ଏହି ଅନୁଷ୍ଠାନର ଲକ୍ଷ୍ୟ | ଏହି ଅନୁଷ୍ଠାନ ନିଜର ଛାତ୍ର-ଛାତ୍ରୀ ମାନଙ୍କୁ କେବଳ ବୃତ୍ତିଗତ ଦକ୍ଷ ନୁହେଁ ବରଂ ଜଣେ ଉତ୍କୃଷ୍ଟ ମଣିଷ ଭାବେ ଗଢି ତୋଳିବାକୁ ଲକ୍ଷ୍ୟ ରଖିଛି, ଯେଉଁମାନେ କି ସମାଜକଲ୍ୟାଣ ଦିଗରେ ସହଯୋଗ ପୂର୍ବକ ଲୋକଙ୍କ ଜୀବନଶୈଳୀରେ ପ୍ରଗତି ଆଣିବାରେ ସହାୟକ ହୋଇପାରିବେ ।

ଏହି ଅନୁଷ୍ଠାନଟି ସର୍ବ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ ନୂଆଦିଲ୍ଲୀ ଦ୍ୱାରା ସ୍ୱୀକୃତିପ୍ରାପ୍ତ ତଥା ଓଡିଶା ସରକାରଙ୍କ ବୈଷୟିକ ଶିକ୍ଷା ଏବଂ ଧନ୍ଦାମୂଳକ ତାଲିମ ପରିଷଦ ଭୁବନେଶ୍ୱର ସହିତ ଅନୁବନ୍ଧିତ ହୋଇଛି |