ପାଠାଗାର
ଆମ ଅନୁଷ୍ଠାନର କେନ୍ଦ୍ରୀୟ ପାଠାଗାରରେ ବିଭିନ୍ନ ପ୍ରକାରର ଆଧୁନିକ ସୁବିଧା ଏବଂ ଉତ୍ସ (ମୁଦ୍ରଣ ଏବଂ ବୈଦ୍ୟୁତିକ) CDROM, DVD-ROM, Online Database, ମାଇକ୍ରୋ-ଡକ୍ୟୁମେଣ୍ଟ୍, ଭିଡିଓ କ୍ୟାସେଟ୍, ପୁସ୍ତକ, ପତ୍ରିକା, ଥେସିସ୍, ରିପୋର୍ଟ ଇତ୍ୟାଦି ଆକାରରେ ସୁସଜ୍ଜିତ ହୋଇ ରହିଛି | ବିଭିନ୍ନ ଡିଜିଟାଲ୍ ମାଧ୍ୟମରେ ପାଠାଗାରରେ ସେବା ଯୋଗାଇବା ପାଇଁ ଆବଶ୍ୟକୀୟ ଆଧୁନିକ ଉପକରଣ ସହିତ ସୁସଜ୍ଜିତ ଏକ ସ୍ୱୟଂ-ସଂପୂର୍ଣ୍ଣ E-Resourceକେନ୍ଦ୍ର ମଧ୍ୟ ଏଠାରେ ରହିଛି | ଡିଜିଟାଲ୍ ପାଠାଗାରଟିରେ Open Source Software-DSpace ବ୍ୟବହାର କରି ଏକ ଅନୁଷ୍ଠାନିକ ଡିଜିଟାଲ୍ Repository ବିକଶିତ କରାଯାଇଛି, ଯାହା ଅନୁଷ୍ଠାନର ବୌଦ୍ଧିକତାକୁ ପ୍ରକାଶ କରିଥାଏ |
ଏକ ସୂତ୍ରରେ ସୂଚନା, ଉତ୍ସ ଏବଂ ସେବାଗୁଡ଼ିକୁ ଏକତ୍ରିତ କରି ଏକ ବିଶ୍ୱସ୍ତରୀୟ ପାଠାଗାର ଭାବେ ପ୍ରତିଷ୍ଠା ଲାଭ କରିବାର ଲକ୍ଷ୍ୟ ରଖି ଏହି କେନ୍ଦ୍ରୀୟ ପାଠାଗାରଟି ଏକ ଶକ୍ତିଶାଳୀ ଉଚ୍ଚ-ବୈଷୟିକ ଭିତ୍ତିଭୂମି ସୁବିଧା ସହିତ ଜ୍ଞାନର ସମସ୍ତ ଶାଖାରେ ଉଭୟ ପାରମ୍ପାରିକ ଏବଂ ବୈଦ୍ୟୁତିକ ଉତ୍ସଗୁଡିକର ଏକ ସୁଦୃଢ ଏବଂ ବିସ୍ତୃତ ଶୃଙ୍ଖଳ ନିର୍ମାଣ କରିଅଛି | ଶୈକ୍ଷିକ ଉତ୍କର୍ଷତାକୁ ପ୍ରୋତ୍ସାହିତ କରିବା ପାଇଁ ଛାତ୍ର-ଛାତ୍ରୀ ତଥା ମହାବିଦ୍ୟାଳୟର ଅଧ୍ୟାପକ-ଅଧ୍ୟାପିକାମାନଙ୍କ ଅସଂଖ୍ୟ ସୂଚନାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଦକ୍ଷ, ପ୍ରଭାବଶାଳୀ ଏବଂ ଗତିଶୀଳ ଉପାୟରେ ସିଷ୍ଟମ ଏବଂ ସେବାଗୁଡିକର ପୁନଃ ଡିଜାଇନ୍ ଏବଂ ପୁନଃ ନିର୍ମାଣ କରାଯାଇଅଛି |
କର୍ମଚାରୀଙ୍କ ବିବରଣୀ
- ସୁଶ୍ରୀ ଶୁଭଶ୍ରୀ ଦାସ (ଧାତୁ ବିଜ୍ଞାନ ରେ ଅଧ୍ୟାପିକା)
- ସଙ୍ଗୀତା ପ୍ରିୟଦର୍ଶନୀ ମଲ୍ଲିକ (ଯାନ୍ତ୍ରିକ ଇଞ୍ଜିନିୟରିଂ ରେ ଲ୍ୟାବ-ଆସିଷ୍ଟାଣ୍ଟ୍)
ପୁସ୍ତକ ବିବରଣୀ
- ସମୁଦାୟ ମହଜୁଦ୍ ପୁସ୍ତକ ସଂଖ୍ୟା – ୩୬୬୨
- ପ୍ରତି ଭାଷାରେ ମହଜୁଦ୍ ଥିବା ଖବର କାଗଜ ସଂଖ୍ୟା- ୨ (English, ଓଡିଆ)